ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି

add-all

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଯକ୍ଷ୍ମା ମିଶନକୁ ପୁନଃ ଉଜ୍ଜୀବିତ କରିବା ସକାଶେ ସେପ୍ଟେମ୍ବର ୯ ତାରିଖରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରିବେ। ମାର୍ଚ୍ଚ ୨୦୧୮ ରେ ଦିଲ୍ଲୀ ଠାରେ ଏଣ୍ଡ୍‍ ଟିବି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‍ଡିଜି ଲକ୍ଷ୍ୟ ୨୦୩୦ର ପାଞ୍ଚବର୍ଷ ପୂର୍ବରୁ ଦେଶରୁ ଯକ୍ଷ୍ମା ବିଲୋପ ପାଇଁ ଆହ୍ୱାନ ଦେଇଥିଲେ।

ଏହି ଅଭିଯାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ରାଷ୍ଟ୍ରମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ) ଭାରତୀ ପ୍ରବୀଣ ପାୱାର, କେନ୍ଦ୍ର ମନ୍ତ୍ରୀଗଣ, ରାଜ୍ୟପାଳ ଏବଂ ଲେଫନାଣ୍ଟ ଗଭର୍ଣ୍ଣର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶୁଭାରମ୍ଭ ହେବ। ଯେହେତୁ ଦେଶ ୨୦୨୫ ସୁଦ୍ଧା ଯକ୍ଷ୍ମା ବିଲୋପ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି, ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ, କର୍ପୋରେଟ୍‌, ଶିଳ୍ପ, ସିଭିଲ ସୋସାଇଟି ଏବଂ ଏନଜିଓର ପ୍ରତିନିଧିମାନେ ଉପସ୍ଥିତ ରହିବେ।

ଯକ୍ଷ୍ମା ଚିକିତ୍ସା କ୍ଷେତ୍ରରେ ସହାୟତା କରୁଥିବା ତଥା ଯକ୍ଷ୍ମା ବିଲୋପ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଗୋଷ୍ଠିର ହିତାଧିକାରୀଙ୍କୁ ଏକାଠି କରିବା ସକାଶେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର କଳ୍ପନା କରାଯାଇଛି। ମାନ୍ୟବର ରାଷ୍ଟ୍ରପତି ନି-କ୍ଷୟ ମିତ୍ର ପଦକ୍ଷେପର ମଧ୍ୟ ଶୁଭାରମ୍ଭ କରିବେ ଯାହାକି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଅଟେ। ନି-କ୍ଷୟ ମିତ୍ର ପୋର୍ଟାଲ୍ ଯକ୍ଷ୍ମା ଚିକିତ୍ସା କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବା ଲାଗି ଦାତାମାନଙ୍କୁଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ। ତିନୋଟି ସମର୍ଥନ ଯଥା ପୁଷ୍ଟିକର ଖାଦ୍ୟ, ଅତିରିକ୍ତ ପରୀକ୍ଷା ନିରୀକ୍ଷା ଏବଂ ଧନ୍ଦାମୂଳକ ସହାୟତା ଅନ୍ତର୍ଭୁକ୍ତ। ନି-କ୍ଷୟ ମିତ୍ର ନାମକ ଏହି ଦାତାମାନେ ର୍ନିବାଚିତ ପ୍ରତିନିଧୀ, ରାଜନୈତିକ ଦଳ ଠାରୁ ଆରମ୍ଭ କରି କର୍ପୋରେଟ୍‌, ଏନଜିଓ ଏବଂ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ହିତାଧିକାରୀ ହୋଇପାରନ୍ତି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ହେଉଛି ଏକ ସାମାଜିକ ଆଭିମୁଖ୍ୟର ଆବଶ୍ୟକତାକୁ ଆଲୋକିତ କରିବା ଯାହାକି ବିଭିନ୍ନ ବର୍ଗର ଲୋକଙ୍କୁ ଜନ ଆନ୍ଦୋଳନରେ ସାମିଲ କରି ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବାର ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ହେଉଛି ଗୋଷ୍ଠି ସହାୟତା ହାସଲ କରି ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଡକୁ ଏକ ପଦକ୍ଷେପ।

ad-week
Leave A Reply

Your email address will not be published.