ବିହାରରେ ଏନ୍‌ଆଇଏର ବଡ ଆକ୍ସନ, ଦେଶ ବିରୋଧୀ ଗତିବିଧି ମାମଲାରେ ଅନେକ ସ୍ଥାନରେ ଚଢାଉ

add-all

ପାଟଡ଼ା,୮।୯: ବିହାର ରାଜଧାନୀ ପାଟନାରୁ ସାମନାକୁ ଆସିଛି ସବୁଠାରୁ ବଡ ଖବର। ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି ଅର୍ଥାତ ଏନଆଇଏ ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ମାମଲାରେ ବିହାରର ୬ଟି ସହରର ୧୩ ଟି ସ୍ଥାନରେ ଚଢାଉ କରିଛି। ଫୁଲୱାରି ଶରିଫ୍‌ ଟେରର ମଡ୍ୟୁଲର ପର୍ଦାଫାଶ କରିବା ପରେ ଏଥିରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫ୍ଆଇ)ର କନେକ୍ସନ ମଧ୍ୟ ସାମନାକୁ ଆସିଛି।

ଏନ୍‌ଆଇଏ ସେହି ପ୍ରସଙ୍ଗରେର ବିହାରରେ ଜୋରଦାର ଚଢାଉ କରିଛି। ଉଲ୍ଲେଖନୀୟ ଯେ, ପାଟନାର ଫୁଲୱାରି ଶରିଫ୍‌ ଅଞ୍ଚଳରେ ଯୁବପୀଢିଙ୍କୁ ପ୍ରଶିକ୍ଷଣ ଦେବାର କଥା ସାମନାକୁ ଆସିଥିଲା। ଏହାଛଡା ସଭା କରି ଲୋକଙ୍କୁ ଉତ୍ତେଜିତ କରିବାର ଖୁଲାସା ହୋଇଥିଲା। ଏହାର କନେକ୍ସନ ବିହାର ଅନ୍ୟ ଜିଲ୍ଲାରେ ରହିଛି ଜଣାପଡିବା ପରେ ଗୁଇନ୍ଦା ଏଜେନ୍ସି ସହିତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମଧ୍ୟ ସତର୍କ ହୋଇଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ମାମଲାରେ ଏନ୍ଆଇଏ ବିହାରର ୬ଟି ସହରରେ ଏକାଠି ଚଢାଉ କରାଯାଇଥିଲା। ମୋଟ ୧୩ଟି ସ୍ଥାନରେ ରେଡ୍‌ ହେବାର ସୂଚନା ସାମନାକୁ ଆସିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଏହି ଚଢାଉ ଫୁଲୱାରି ଶରିଫ୍ ଟେରର ମଡ୍ୟୁଲ ଓ ପିଏଫ୍‌ଆଇର କନେକ୍ସନକୁ ନେଇ କରାଯାଉଛି। ଏନ୍‌ଆଇଏର ଟିମ୍‌ ଗୁରୁବାର ସକାଳେ ଛପରା, ଅରାରିୟା, ଔରଙ୍ଗାବାଦ, କିଶନଗଞ୍ଜ, ନାଳନ୍ଦା ଓ ଜହାଦାବାଦରେ ଏକାଠି ଚଢାଉ କରାଯାଇଥିଲା। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ରାଜଧାନୀ ପାଟନାର ଗୋନପୁରା ସହିତ ୨ଟି ସ୍ଥାନରେ ମଧ୍ୟ ଚଢାଉ କରାଯାଇଥିଲା। ଏନ୍‌ଆଇଏର ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ସେଠାରେ ଉତ୍ତେଜନା ଜାରି ରହିଛି।

ad-week
Leave A Reply

Your email address will not be published.