କେଜ୍ରିୱାଲଙ୍କ ବିରୋଧରେ ଷ୍ଟାମ୍ପ ଡ୍ୟୁଟି ଚୋରି ଅଭିଯୋଗ; ମୁଖ୍ୟ ସଚିବଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଲେ ଏଲ୍‌ଜି

add-all

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି। ସେ ଷ୍ଟାମ୍ପ ଡ୍ୟୁଟି ଚୋରି କରିଥିବା ନେଇ ଉପ-ରାଜ୍ୟପାଳ (ଏଲ୍‌ଜି) ଙ୍କ ନିକଟରେ ଅଭିଯୋଗ ହୋଇଛି। ଏହା ଉପରେ ଏଲ୍‌ଜି ଭିକେ ସକ୍ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ସେ ଅଭିଯୋଗକୁ ମୁଖ୍ୟ ସଚିବଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଏହି ଚିଠିରେ ଲେଖାଯାଇଛି ଯେ କେଜ୍ରିୱାଲ ୩ଟି ପ୍ଲଟ୍‌କୁ ୪.୫୪ କୋଟି ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ସେ କାଗଜପତ୍ରରେ ଏହାର ଦାମ୍‌ କମାଇ ୭୨.୭୨ ଲକ୍ଷ ଟଙ୍କା ଦର୍ଶାଇ ଥିଲେ। କେଜ୍ରିୱାଲ ନିଜ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ମାଧ୍ୟମରେ ଏହି ପ୍ଲଟ୍‌ ବିକ୍ରି କରିଥିଲେ। ଏହାର ବଜାର ଦର ସ୍କୋୟାର ୟାର୍ଡ ପିଛା ୪୫ ହଜାର ଟଙ୍କା ଥିଲା। କିନ୍ତୁ ଦେଣନେଣରେ ଏହାକୁ ସ୍କୋୟାର ୟାର୍ଡ ପିଛା ୮୩୦୦ ଟଙ୍କା ଦର୍ଶା ଯାଇଥିଲା।

ad-week
Leave A Reply

Your email address will not be published.