ଗଣେଶ ବିସର୍ଜନ ସାରି ଫେରିବା ବାଟରେ ଦୁର୍ଘଟଣା, ଡାଲା ଅଟୋ ଓଲଟି ୭ ଆହତ

add-all

ଖଲ୍ଲିକୋଟ, ୯/୯ : ଗଣେଶ ବିସର୍ଜନ ସାରି ଫେରିବା ବାଟରେ ଦୁର୍ଘଟଣା। ଡାଲା ଅଟୋ ଓଲଟି ୭ ଆହତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମ ପାଟଣାସାହିର ଗଣେଶ ମୂର୍ତ୍ତି କଣ୍ଟିଆଗଡ଼ର ଶୈବ ପୀଠ ବଟେଶ୍ୱର ନିକଟ ସମୁଦ୍ରରେ ବିସର୍ଜନ ସାରି ଫେରିବା ବାଟରେ ଏଭଳି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ଗୁରୁତରମାନେ ହେଲେ ଗୋପାଳ ବାରିକ, ଲିପୁ ପାହନ, ଅରୁଣ ପରିଡ଼ା।

ad-week
Leave A Reply

Your email address will not be published.