ପୁଣି ଏମକେସିଜି ଛାତରୁ ଖସିଲା ସିଲିଂ

add-all

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି। ଏଥିରେ କେହି ରୋଗୀ ଓ ତାଙ୍କ ସର୍ମ୍ପକୀୟ ଆହତ ହୋଇନଥିବା ଜଣାପଡ଼ିଛି। ସିଲିଂ ଖସିବା ପରେ ରୋଗୀମାନଙ୍କୁ ଅନ୍ୟ ଏକ ବ୍ଲକକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ମଧ୍ୟ ସୁପର ସ୍ପେଶାଲିଷ୍ଟ ବ୍ଳକର ପଞ୍ଚମ ମହଲାର ଆଇସିୟୁ କରିଡରରୁ ସିଲିଂ ଖସିଥିଲା। ଏଥିରେ କାହାର କିଛି କ୍ଷତି ହୋଇ ନଥିଲା। ବାରମ୍ବାର ସିଲିଂ ଖସିବା ସଂପର୍କରେ ପିଡବ୍ଲୁଡିକୁ ଜଣାଇ ଦେଇଛୁ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ସୁପର ସ୍ପେଶାଲିଷ୍ଟ ବ୍ଲକଟି ତିଆରି ହୋଇଛି। ମାତ୍ର ୫ ମାସ ତଳେ ଏହା କାର୍ଯ୍ୟକ୍ଷମ ହୋଇଛି। ଏହା ପୂର୍ବରୁ ଏଠାରେ କୋଭିଡ ହସପିଟାଲ କରାଯାଇଥିଲା।

ସୁପର ସ୍ପେଶାଲିଷ୍ଟ ବ୍ଲକଟି କାର୍ଯ୍ୟକ୍ଷମ ହେବାର ୫ ମାସ ଭିତରେ ଏଥିରେ ଥରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଦୁଇ ଥର ଛାତରୁ ସିଲିଂ ଖସିଲାଣି। ନିମ୍ନମାନର କାମ ଯୋଗୁ ବାରମ୍ବାର  ସିଲିଂ ଖସୁଛି ବୋଲି ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.