ମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଟେଣ୍ଟହାଉସ୍ ମାଲିକ ଓ କର୍ମଚାରୀ

add-all

ଜଳେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାଉଁଶ ଓ କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଅସମ୍ମାନ ଭାବରେ ଲଦି ନେବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ଟେଣ୍ଟହାଉସ୍‌ର ମାଲିକ ଏବଂ କର୍ମଚାରୀମାନେ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି। ଟେଣ୍ଟହାଉସ୍‌ର ମାଲିକ ଏବଂ କର୍ମଚାରୀମାନେ ଜଳେଶ୍ୱର ସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି।

ଟେଣ୍ଟ ହାଉସ୍ କର୍ମଚାରୀମାନେ ମନ୍ଦିରରେ କାନ ଧରି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟେଣ୍ଟହାଉସର ମାଲିକ ଗୌତମ ପ୍ରଧାନ କହିଛନ୍ତି, ମୋ ଅନୁପସ୍ଥିତିରେ କର୍ମଚାରୀମାନେ ଏଭଳି ଭୁଲ୍ କରି ଦେଇଛନ୍ତି। ସେଥିପାଇଁ ମୁଁ ପଶ୍ଚାତାପ କରୁଛି। ମୁଁ ଆଜି ଉପବାସ ରହି ଏଠାରେ ଠାକୁରଙ୍କୁ କ୍ଷମା ପ୍ରାର୍ଥନା କରିଛି। ଏହି ଘଟଣା ପାଇଁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ଯେଉଁ କଷ୍ଟ ହୋଇଛି, ସେଥିପାଇଁ ସେମାନଙ୍କୁ ବି ମୁଁ କ୍ଷମା ମାଗୁଛି। ଭବିଷ୍ୟତରେ ମୋ ଦ୍ୱାରା କି ମୋ କର୍ମଚାରୀଙ୍କ ଦ୍ୱାରା ଆଉ ଏପରି ଭୁଲ କେବେ ହେବ ନାହିଁ। ଗୌତମ ପ୍ରଧାନ ବାଲେଶ୍ୱର ସହରରେ ଗୋଟିଏ ଗଣେଶ ମଣ୍ଡପରେ ଟେଣ୍ଟ କରିଥିଲେ। ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା। ଗଣେଶଙ୍କ ବିସର୍ଜନ ପରେ ଗୌତମଙ୍କ କର୍ମଚାରୀମାନେ ଟେଣ୍ଟ ଖୋଲି ବାଉଁଶ ଓ କାଠକୁ ପିକ୍‌ଅପ୍‌ ଭ୍ୟାନ୍‌ରେ ଲଦି ଜଳେଶ୍ୱର ନେଇ ଆସିଥିଲେ। ତେବେ ସେହି ବାଉଁଶ ଓ କାଠ ଉପରେ ସେମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଅସମ୍ମାନଜନକ ଭାବେ ଥୋଇ ଆଣିଥିଲେ। ଗାଡ଼ିଟି ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ହଳଦିଆ ନିକଟରେ ଲୋକେମାନେ ଏହା ଦେଖି ବିରୋଧ କରିଥିଲେ। ଏପରିକି ସେହି ବାଟରେ ଗାଡ଼ିରେ ଯାଉଥିବା ଜଣେ ସମାଜସେବୀ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସଠିକ୍ ଢଙ୍ଗରେ ନେବାକୁ ସେମାନଙ୍କୁ କହିଥିଲେ। ତେବେ ପିକ୍‌ଅପ୍ ଭ୍ୟାନ୍‌ର ଡ୍ରାଇଭର ଗାଡ଼ି ରୋକି ନଥିଲେ। ଏ ପୂରା ଘଟଣାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ୍ ହେବା ପରେ ସାଧାରଣରେ ଏଭଳି ଅସନ୍ତୋଷ ପ୍ରକାଶ ପାଇଥିଲା।

ad-week
Leave A Reply

Your email address will not be published.