ଜଟିଳ ଅପରେସନ୍‌ ପାଇଁ ଟ୍ରାଫିକ୍‌ ଜାମ୍‌ରେ କାର୍‌ ଛାଡ଼ି ୩ କିଲୋମିଟର୍‌ ଧାଇଁ‌ଗଲେ ବେଙ୍ଗାଲୁରୁ ଡାକ୍ତର

add-all

ବେଙ୍ଗାଲୁରୁ: ଜଣେ ରୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ନିମନ୍ତେ ବେଙ୍ଗାଲୁର୍‌ ଟ୍ରାଫିକ୍‌ ଜାମ୍‌ରେ ଫସି ଯାଇଥିବା ଜଣେ ଡାକ୍ତର କାର୍‌ ଛାଡ଼ି ୩ କିଲୋମିଟର୍‌ ବାଟ ଧାଇଁ ଯାଇଥିବା ଖବର ମିଳିଛି।
ସଂଗୃହୀତ ତଥ୍ୟ ଅନୁସ‌ାରେ, ଅଗଷ୍ଟ ୩୦ ତାରିଖ ଦିନ ଗୋଟାଏ ଜରୁରୀକାଳୀନ ଲାପ୍ରୋସ୍କୋପିକ୍‌ ଗଲ୍‌ବ୍ଲାଡର୍‌ (ପୀତକୋଷ) ଅପରେସନ୍‌ ନି‌ମନ୍ତେ ମଣିପାଲ୍‌ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ୍‌ ସର୍ଜନ୍‌ ଡାକ୍ତର ଗୋବିନ୍ଦ ନନ୍ଦକୁମାର ଯାଉଥିବା ବ‌େଳେ ସାର୍ଜାପୁର୍‌-ମରାଥାଲ୍ଲୀ ରାସ୍ତା ଦେଇ ଯାଉଥିବା ବେଳେ ଟ୍ରାଫିକ୍‌ ଜାମ୍‌ରେ ଫସିଯାଇଥିଲେ।
ବିଳମ୍ବ ହେଲେ ଅସ୍ତ୍ରୋପଚାର କରାଯିବାକୁ ଥିବା ମହିଳାଜଣଙ୍କର ଅସୁବିଧା ହେବ ବୋଲି ହୃଦୟଙ୍ଗମ କରି ଡାକ୍ତର ନନ୍ଦକୁମାର ତାଙ୍କ କାର୍‌ ଛାଡ଼ି ୩ କିଲୋମିଟର୍‌ ବାଟ ଧାଇଁଲେ। ‘ଇନ୍‌ଷ୍ଟାଗ୍ରାମ୍‌’ ହ୍ୟାଣ୍ଡଲ୍‌ରେ ତାଙ୍କ ଦୌଡ଼ର ଛୋଟ ‘କ୍ଲିପ୍‌’ଟିଏ ପୋଷ୍ଟ୍‌ କରିଛନ୍ତି।
ସେ କହିଛନ୍ତି, କେନ୍ଦ୍ରୀୟ ବାଙ୍ଗାଲୋର୍‌ରୁ ପ୍ରତିଦିନ ମୁଁ ଦକ୍ଷିଣପୂର୍ବ ବାଙ୍ଗାଲୋର୍‌ରେ ଥିବା ସରଜପୁରସ୍ଥିତ ମଣିପାଲ୍‌ ହସ୍ପିଟାଲ୍‌ସ୍‌କୁ ଯାତାୟାତ କରେ। ଅସ୍ତ୍ରୋପଚାର କରିବା ଲାଗି ଠିକ୍‌ ସମୟରେ ମୁଁ ଘରୁ ବାହାରିଥିଲି। ମୁଁ ଡାକ୍ତରଖାନାରେ ପହଞ୍ଚିବାକ୍ଷଣି ଅସ୍ତ୍ରୋପଚାର କରିବାକୁ ଥିବାରୁ ମୋ ଟିମ୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲେ। ବିଶାଳ ଟ୍ରାଫିକ୍‌ ଜାମ୍‌ ଦେଖି ଡ୍ରାଇଭର୍‌କୁ କାର୍‌ରେ ଛାଡ଼ି ମୁଁ ଆଉ କିଛି ନ ଭାବି ଡାକ୍ତରଖାନାକୁ ଧାଇଁଲି।
ଡାକ୍ତର ନନ୍ଦକୁମାର ଡାକ୍ତରଖାନା ଅପରେସନ୍‌ ଥିଏଟର୍‌ରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତି କରିସାରିଥିବା ଟିମ୍‌ଙ୍କ ସହାୟତାରେ ସଫଳ ଅସ୍ତ୍ରୋପଚାର କଲେ। ଦୀର୍ଘ ଦିନରୁ ପୀତକୋଷଜନିତ ଅସୁସ୍ଥତା ଭୋଗୁଥିବା ରୋଗୀଜଣକୁ ମଧ୍ୟ ଠିକ୍‌ ସମୟରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଗଲା।

ad-week
Leave A Reply

Your email address will not be published.