ନନ୍ଦନକାନନରେ ଜନ୍ମ ନେଲା ୨ଟି ମୁଣ୍ଡ ଥିବା ବିରଳ ପ୍ରଜାତିର କଇଁଛ

add-all

ନନ୍ଦନକାନନରେ ଜନ୍ମ ନେଇଛି ଏକ ବିରଳ ପ୍ରଜାତିର କଇଁଛ। ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ୨ଟି ମୁଣ୍ଡ ରହିଛି। ଯାହାକି ଅତ୍ୟନ୍ତ ବିରଳ। ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ।

କଇଁଛ ଛୁଆଁଟି ସୁସ୍ଥ ରହିଛି ଏବଂ ଖୁଆଡ ଭିତରେ ସ୍ୱାଭାବିକ ଭାବେ ବିଚରଣ କରୁଛି। ଏମିତି ଏକ ବିରଳ କଇଁଛ ଛୁଆ ଜନ୍ମ ନେଇଥିବା ଖବର ପ୍ରଚାରିତ ହେବା ପରେ ଆଜି ଖୁଆଡରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପର୍ଯ୍ୟଟକମାନେ ଦୁଇମୁଣ୍ଡିଆ କଇଁଛ ଦେଖିବାକୁ ଜମା ହୋଇଥିଲେ।

ଗୋଟିଏ ସାଧାରଣ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା। ୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରିରେ ରଖାଯାଇଛି। ଏହା ମୁଖ୍ୟତଃ ପାଣି କଇଁଛ ବୋଲି ଜାଣିବାକୁ ମିଳିଛି।

ad-week
Leave A Reply

Your email address will not be published.