ଶୌଚ ହେବାକୁ ଯାଇ ବୃଦ୍ଧାଙ୍କ ମୃତ୍ୟୁ

add-all

ଧର୍ମଗଡ଼ 14/09: ଶୌଚ ହେବାକୁ ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି l ମହିଳାଜଣକ ହେଲେ ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ପାବଳୀ ଗ୍ରାମର ସୁନାଫୁଲ ନାଗ।  ଗତକାଲି ଅପରାହ୍ନ ୪ଟା ବେଳେ ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଶୌଚ ହେବାକୁ  ଯାଇଥିଲେ।  କିନ୍ତୁ ପାଣିର ସୁଅ ରେ ସେ ଭାସି ଯାଇ ନିଖୋଜ ହୋଇଯାଇଥିଲେ l

 ଖବର ପାଇ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ଓ ଅଗ୍ନିଶମ ବିଭାଗ  ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା କିନ୍ତୁ ରାତିରେ ମୃତ ଦେହ ମିଳିନଥିଲା। ପରେ ପାଣି କମିଯିବା ଫଳରେ ଆଜି ସକାଳୁ ଜାମଚୁଆଁ ଏବଂ ସାନପୁଝାରିଗୁଡ଼ା  ପାଖରେ ବୃଦ୍ଧାଙ୍କ ଶବ ଦେଖିବକୁ ମିଳିଛି l ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l ଗାଁ ଦେଇ ଯାଇଥିବା ଲିଫ୍ଟ କେନାଲ ଗାଆଁର ଅତି ପାଖରେ ଥିବା ବେଳେ କୌଣସି ବାଡ଼ ମଧ୍ୟ ନାହିଁ l ଯାହାଫଳରେ ଅନେକ ସମୟରେ କେନାଲରେ କିଏ ନା କିଏ ଭାସିଯିବା ସମ୍ଭାବନା ରହୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି l

ad-week
Leave A Reply

Your email address will not be published.