ସିଏମ୍‌ସି କମିଶନରଙ୍କୁ ବାଥରୁମ୍‌ କବାଟ ଦେଲେ କଂଗ୍ରେସ ନେତା

add-all

କଟକ ୧୪।୦୯: ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କଲେ କଂଗ୍ରେସ ନେତା ମାନସ ଚୌଧୁରୀ। ଆଜି ଏହି ଭଳି ଏକ ନିଆରା ଘଟଣା ସିଏମସି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ମଙ୍ଗଳବାର ସିଏମସି ବୈଠକରେ ଅର୍ଥାଭାବ ଯୋଗୁ ସିଏମସିର ବାଥରୁମ କବାଟ ଲଗେଇ ହେଉନାହିଁ ବୋଲି ମେୟର ସୁବାସ ସିଂହ କହିଥିଲେ । ଯାହାକୁ ନେଇ ଆଜି ଏକ ଅଭିନବ ଉପାୟରେ କଂଗ୍ରେସ ନେତା ମାନସ ଚୌଧୁରୀ କବାଟ ଧରି ସିଏମସି କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ। ଆଉ ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ ବରଂ ବାଥରୁମ କବାଟ ଲଗାଇବା ମଜୁରୀ ପାଞ୍ଚ ଶହ ଟଙ୍କା ପ୍ରଦାନ କରିଥିଲେ। ଯାହାକୁ ନେଇ ପୁରା ତାଜୁବ ହୋଇଯାଇଥିଲେ ସିଏମସି କମିଶନରଙ୍କଠୁ ଆରମ୍ଭ କରି ସମସ୍ତ କର୍ମଚାରୀ।

ad-week
Leave A Reply

Your email address will not be published.