କୋରାପୁଟ-ରାୟଗଡା ରେଳ ଲାଇନ୍ ଦୋହରିକରଣ ବେଳେ ଅଘଟଣ, ମାଟି ଧସି ଦୁଇ ଶ୍ରମିକ ମୃତ

add-all

କୋରାପୁଟ l ରାୟଗଡ଼ା ୧୪/୦୯: ରାୟଗଡ଼ା ରେଳ ଲାଇନର ଦୋହରିକରଣ ହେବା ବେଳେ କୁସୁମଗୁଡା ୨-ନମ୍ବର ଟନେଲରେ ବୁଧବାର ଏକ ଅଘଟଣ ଘଟିଛି। ଟନେଲ ଭିତରେ କାମ କରିବା ବେଳେ ହଠାତ୍ ମାଟି ଅତଡ଼ା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି।ମୃତକଙ୍କ ପରିଚୟ ରବି ପ୍ରେପେକା ଓ ଜୋହରୁଦିନ। ରବିଙ୍କ ଘର ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁରେ ହୋଇଥିବା ବେଳେ ଜୋହରୁଦ୍ଦିନଙ୍କ ଘର ଆସାମର ବରପେଟା ଜିଲ୍ଲା ମାଜଗାଁ ଗାଁରେ ବୋଲି ଜଣାପଡିଛି।  କୁସୁମଗୁଡା ଗାଁ  ପାଖରେ ଥିବା ଦୁଇ ନମ୍ବର ଟନେଲରେ ଆଜି କାମ ଚାଲୁଥିବା ବେଳେ କାର୍ଯ୍ୟରତ ଦୁଇ ଶ୍ରମିଙ୍କକ ଉପରେ ମାଟି ଅତଡ଼ା ଖସିଥିଲା। ପରେ ଦୁଇଜଣଙ୍କୁ ଅନ୍ୟ ସହକର୍ମି ମାନେ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ

ଏନେଇ କାକିରିଗୁମା ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ଦାମୋଦର ବିହାରି କହିଛନ୍ତି। ବର୍ତ୍ତମାନ କେଆର୍ ରେଳ ଲାଇନ୍ ଦୋହରିକରଣ ହେଉଥିବାବେଳେ  ଓଡିଆ  ଏବଂ ଶତାଧିକ ଅଣଓଡ଼ିଆ ଶ୍ରମିକ କାମ କରୁଛନ୍ତି। ଟନେଲ୍ କାମରେ ଶ୍ରମିମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଅନ୍ୟ ଶ୍ରମିକମାନେ କହିଛନ୍ତି। ଏହି ଟନେଲ୍‌ କାମ କରୁଥିବା କମ୍ପାନି ଏନେଇ କୌଣସି ପଦକ୍ଷେପ ନେଇଚିକି ନାହିଁ ତାହା ଜିଲ୍ଲା ପ୍ରସାସନ ତର୍ଯମା କରିବା ଦରକାର ବୋଲି ସେଠାକାର ଜନ ସାଧାରଣ କହିଛନ୍ତି।  

ad-week
Leave A Reply

Your email address will not be published.