ବିଧାନସଭା ସଦାଚାର କମିଟି ସଦସ୍ୟଙ୍କ ମାଲକାନଗିରି ଗସ୍ତ

add-all

ମାଲକାନଗିରି: ରାଜ୍ୟ ସରକାରଙ୍କ ବିଧାନସଭା ସଦାଚାର କମିଟି ସଦସ୍ୟ ବୁଧବାର ଦିନିକିଆ ମାଲକାନଗିରି ଗସ୍ତରେ ଆସି ଜିଲ୍ଲାର ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କିପରି ସହଯୋଗ ରଖାଯାଇ ଜନ ସାଧାରଣଙ୍କ ସମସ୍ୟାର ସମାଧାନ ହୋଇ ପାରିବ ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି କମିଟିର ସଭାପତି ବିଧାୟକ ଅମର ପ୍ରସାଦ ଶତପଥିଙ୍କ ସହିତ ଆସିଥିବା କମିଟି ଦଳ ବିଧାନସଭା ପ୍ରଣିତ ବୁକ ସରକୁଲାର -୪୭ ବିଷୟରେ ଜିଲ୍ଲାର ଅଧିକାରୀ ଏବଂ ଲୋକ ପ୍ରତିନିଧିମାନଙ୍କ ସହ ଆଲିଚନା କରିଥିଲେ। ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ବହୁତ ସୁନ୍ଦର ଭାବେ ସମ୍ପାଦନା ହେଉଥିବା ସମସ୍ତ ଅଧିକାରୀଙ୍କୁ କମିଟି ପ୍ରଶଂସା କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ସାମରି ତାଙ୍ଗୁଲୁ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବକା, କମିଟି ସଦସ୍ୟଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମଲ, ପ୍ରୀତମ ପାଢୀ, ଅଙ୍ଗଦ କହର, ଦାଶରଥି ଗମାଙ୍ଗ, ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ, ଅରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ବନି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଲ ମୁକୁନ୍ଦ ଭୁଇଁୟା ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.