ସିକନ୍ଦରାବାଦ୍‌ ଅଗ୍ନିକାଣ୍ଡ ଘଟଣା: କଟକରେ ପହଞ୍ଚିଲା ପ୍ରାଣ ହରାଇଥିବା ଦମ୍ପତିଙ୍କ ମୃତଦେହ

add-all

ଭୁବନେଶ୍ୱର: ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଲା ସିକନ୍ଦରବାଦରେ ଅଗ୍ନିକାଣ୍ଡରେ ପ୍ରାଣହରାଇଥିବା ଦମ୍ପତିଙ୍କ ମୃତଦେହ। ହାଇଦ୍ରାବାଦର ଗାନ୍ଧି ହସ୍‌ପିଟାଲରେ କଟକ ମହାନ୍ତିପଡ଼ାର ମୃତ ଦମ୍ପତିଙ୍କ ପୋଷ୍ଟମର୍ଟମ ହେବା ପରେ ଏହାକୁ ଭୁବନେଶ୍ୱର ଅଣାଯାଇଥିଲା। ପରେ ପୈତୃକ ଘର କଟକ କାଫଲାବଜାର ଘରକୁ ଆସିବା ପରେ ସେଠାରେ ପରିବାର ଓ ସାହିପଡ଼ିଶା ଶେଷଦର୍ଶନ କରିଥିଲେ। ଶୋକାକୂଳ ପରିବେଶରେ ଫାଟି ପଡ଼ିଥିଲା ସମଗ୍ର ଅଞ୍ଚଳ। ପୁରୀ ସ୍ୱର୍ଗଦ୍ୱାରରେ ସେମାନଙ୍କ ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଉପକଣ୍ଠ ସିକନ୍ଦରାବାଦ ଅଞ୍ଚଳରେ ଥିବା ଏକ ଲଜ୍‌ ‘ରୁବି ଲଗ୍‌ଜରୀ ପ୍ରାଇଡ’ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏଥିରେ ଓଡ଼ିଆ ଦଂପତି ଚନ୍ଦନ ଏବଂ ମିତାଲି ମଧ୍ୟ ଥିଲେ। ସେହିପରି ଏହି ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ad-week
Leave A Reply

Your email address will not be published.