ପୋଲିସ ସ୍ପେଶାଲ ଡ୍ରାଇଭ୍, ରାତି ରେ ବ୍ଲକିଂ ଚେକିଂ ସହ ବାରରେ ରେଡ୍

add-all

ଭୁବନେଶ୍ୱର ୧୫/୦୯: ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଚାଲୁଥିବାରୁ କମିଶନରେଟ ପୋଲିସ ଦ୍ବାରା ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ବୁଧବାର ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାରରେ ଛାପା ମାରି ଥିଲା କମିଶନରେଟ ପୋଲିସ ।

ରାତି ପ୍ରାୟ ୧୧ପରେ ବ୍ଳକିଂ ଚେକିଂ ପରେ ଚନ୍ଦ୍ରଶେଖରପୁର ଏବଂ ଇନଫୋସିଟି ଥାନା ଅଧୀନରେ ଥିବା ବିଭିନ୍ନ ବାର୍ ରେ ହୋଇଛି ରେଡ଼। ଏମ୍ବେସି କ୍ଲବ ଆଣ୍ଡ କିଚେନ ଏବଂ ହୋଟେଲ ଜୋରିସ୍ ବୋଟିକ ରେ ଟପନଚ ବାର୍ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁଥିବା ସୂଚନା ପାଇ ପୋଲିସ ବାରରେ ଚଢାଉ କରିଥିଲା । ଏଥିରେ ଜୋନ୬ ଏସିପିଙ୍କ ନେତୃତ୍ୱରେ ୪ଟି ଟିମ ଦ୍ୱାରା ହୋଇଥିଲା ଚଢ଼ାଉ । ସେହିଭଳି ପାର୍ବଣ ପୂର୍ବରୁ ରାଜଧାନୀର ବିଭିନ୍ନ ଥାନା ଅଧୀନରେ ବୁକିଂ ଚେକିଂ ଜାରି ରଖିଥିଲା କମିଶନରେଟ ପୋଲିସ ।

ad-week
Leave A Reply

Your email address will not be published.