ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

add-all

ଭୁବନେଶ୍ବର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ) ପକ୍ଷରୁ ଆୟୋଜିତ ମୋଦୀ @୨୦ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ । ସକାଳ ୮.୪୫ମିନିଟରେ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀରୁ ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇବେ। ସେଠାରୁ ସିଧା ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଭୁବନେଶ୍ବର ଫେରିବା ବାଟରେ ଚନ୍ଦନପୁର ନିକଟବର୍ତ୍ତୀ ବୀରପ୍ରତାପପୁର ଗାଁରେ ରେଲୱେର ନିର୍ମାଣାଧୀନ ଲେବଲ କ୍ରସିଂ ଫାଟକ କାର୍ଯ୍ୟ ସମୀକ୍ଷା କରିବେ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.