ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

youtube

ଭୋଗରାଇ ୧୬/୦୯: ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ । ମୃତ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁମ୍ଭାରମୁଳି ପଂଚାୟତ ଚୌକି ଗ୍ରାମର ଚନ୍ଦନ ଆଧେକ । ତାଙ୍କ ବୟସ ୩୦ ହେବ । ବାପା ଜଗନ୍ନାଥ ଆଧେକ ତାଙ୍କର ଦୁଇ ଭାଇ ଜଣେ ଭଉଣୀ ଅଛନ୍ତି । ତାଙ୍କର ଚୌକି ବଜାରରେ ଏକ ସାଇକେଲ ଦୋକାନ ଅଛି ।

ଆଜି ସକାଳେ ବାଡ଼ିରେ ପାଣି ଦେବାପାଇଁ ତାଙ୍କର ଛୋଟ ପମ୍ପସେଟଟିକୁ ଗାଡ଼ିଆରେ ପକାଇ ସୁଇଚ ଅନ୍ କଲାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପରିବାର ଲୋକେ ତୁରନ୍ତ ତାକୁ ଜଳେଶ୍ୱରପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମରେ ଶୋକାକୂଳ ପରିବେଶ ଖୋଳିଯାଇଛି ।

Leave A Reply

Your email address will not be published.