ଭାଙ୍ଗିଲା କିଶୋର ଭାଇନା ମଟନ ହୋଟେଲ

add-all

ଭୁବନେଶ୍ୱର : ଭାଙ୍ଗିଲା ବେଶ ଚର୍ଚ୍ଚିତ କିଶୋର ଭାଇନା ମଟନ ହୋଟେଲ। ବୁଧବାର ଦିନ ବିଏମସି ପକ୍ଷରୁ ଚଢାଉ କରାଯାଇ ସିଲ୍‍ କରାଯାଇଥିଲା ହେଟେଲ୍‍। ବେଆଇନ ଭାବେ ତିଆରି ପାଇଁ ଓ ସିଲ୍‍ ପରେ ହୋଟେଲ ଖୋଲି ବେପାର କରିବାରୁ ଆଜି ବିଏମସି ଭାଙ୍ଗିଥିବା ନେଇ ସୂଚନା ମିଳିଛି।

ସୂଚନା ଯୋଗ୍ୟ,ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ବୁଧବାର ଦିନ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‍ ଚଢାଉ କରିଥିଲା। ଦୋକାନର ଫ୍ରୁଡ୍‍ ଲାଇସେନ୍ସ ବାତିଲ କରିବା ସହ ଜରିମାନା ମଧ୍ୟ ଲାଗୁ କରିଥିଲା। ଦୋକାନ ଚାରି ପଟେ ଅସ୍ୱାସ୍ଥ୍ୟକର ପରିବେଶ ସହ ଡ୍ରେନ ନିକଟରେ ଦୋକାନ ରହିଥିଲା। ଏହାସହ ତରକାରୀରେ ରଙ୍ଗ ବ୍ୟବହାର ସହ ବାସି  କଙ୍କଡା ମଧ୍ୟ ଜବତ ହୋଇଥିଲା।

ad-week
Leave A Reply

Your email address will not be published.