ୟୁଥ ଫର ଆକ୍ସନର ଆରଡିସି ଅଫିସ୍ ଘେରାଉ, ଠେଲାପେଲା ଏବଂ ପୋଲିସ ସହ ଧସ୍ତାଧସ୍ତି

add-all

ସମ୍ବଲପୁର:  ସ୍ଥାନୀୟ ନିଯୁକ୍ତି ଦାବିରେ ଶୁକ୍ରବାର ୧୦ ଟି ଜିଲ୍ଲାରୁ ୟୁଥ ଫର ଆକ୍ସନର କାର୍ଯ୍ୟକର୍ତ୍ତା ମାନେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ l ସହରର ଜିଲ୍ଲାସ୍କୁଲ ଛକରୁ ଏହି ରାଲି ବାହାରି ଆରଡିସି କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦଶନ କରିଥିଲେ l ଏହି ବିକ୍ଷୋଭକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୃତୟନ ହୋଇଥିଲେ l 

ଏହି ରାଲି ଆରଡିସିଙ୍କ କାର୍ଯ୍ୟାଳୟ ପହଞ୍ଚିବା ପରେ କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେl ଯାହାଫଳରେ ପୋଲିସ ସହ ଦୀର୍ଘ ସମୟ ଧରି  ଧସ୍ତା ଧସ୍ତି ହୋଇଥିଲାl ସ୍ଥାନୀୟ ଅଞ୍ଚଳରେ ଗଢି ଉଠିଥିବା ଅନେକ ଶିଳ୍ପାଞ୍ଚଳରେ ଆଜିବି ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଚାକରି ଦିଆଯାଉନାହିଁ l ଏଣୁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଦେଇ ତାଙ୍କୁ ପ୍ରଥମେ ଚାକିରି ଦିଆଯାଉ ବୋଲି ଦାବି କରିଥିଲେ l ଏହା ସହ ଓଡିଶାରେ ଏମଓୟୁ ମାନୁନଥିବା କମ୍ପାନୀ ପ୍ରତି କାର୍ଯ୍ୟାନୁଷ୍ଠାନ ସକାଶେ ଆଇନ ପ୍ରଣୟନ ପାଇଁ ଦାବି କରିଛନ୍ତି |

ad-week
Leave A Reply

Your email address will not be published.