ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନ ବିଚାରପତି

add-all

କଟକ ୧୬/୦୯: ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ କଟକରେ ନବମ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୁପ୍ରିମକୋର୍ଟର ଵିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୁଡ଼ ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ।

ଏଥିରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ଵିଚାରପତି ତଥା ନ୍ୟାସନାଲ ଲ ୟୁନିଭରସିଟିର କୂଳପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧର ଆଇନ୍‌ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିଵେ। ଏହି ଉତ୍ସଵରେ ୨୨୧ ଜଣ ଆଇନ୍‌ ଛାତ୍ରଛାତ୍ରୀଙ୍କୁ ସ୍ନାତକଙ୍କୁ ଡିଗ୍ରୀ ପ୍ରଦାନ କରାଯିବ।ଏହା ସହିତ ୪ଜଣଙ୍କୁ ଡକ୍ଟରେଟ ଉପାଧି, ୩୮ଜଣଙ୍କୁ ଏଲଏଲଏମ୍ ଡିଗ୍ରୀ ଓ ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ଦିଆଯବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.