ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’

add-all

ପୁରୀ: ପୁରୀ ବ୍ଲୁ ଫ୍ଲାଗ୍‌ ବିଚରେ ସୂର୍ଯ୍ୟ କିରଣ ସୋ’ ପ୍ରଦର୍ଶନ ହୋଇଛି । ଏକାସାଥୀରେ ଆକାଶରେ ୯ଟି ହକ୍‌ ଲଢ଼ୁଆ ବିମାନ ଉଡ଼ିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂର୍ଯ୍ୟ କିରଣ ସୋ’ରେ ଉପସ୍ଥିତ ଥିବା ବେଳେ, ବେଳାଭୂମିରେ ବାୟୁ ବୀର ମାନଙ୍କ ଏହି ସୂର୍ଯ୍ୟ କିରଣ ସୋ’କୁ ହଜାର ହଜାର ଦର୍ଶକ ଉପଭୋଗ କରୁଛନ୍ତି । ଏଥିଲାଗି ଗତକାଲି ବ୍ଲୁ ଫ୍ଲାଗ୍‌ ବିଚରେ ବାୟୁ ବୀର ମାନେ ଅଭ୍ୟାସ କରିଥିଲେ ।

ଗତକାଲି ସକାଳ ୧୦.୨୦ ମିନିଟ ସମୟରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗବିଚ ଠାରେ ବାୟୁସେନା ପକ୍ଷରୁ ଅଭ୍ୟାସ କରାଯାଇଥିଲା। ଆଜି ଏରୋବେଟିକ୍‍ ଟିମର ଆକାଶ ମାର୍ଗରେ ସାହାସିକତା ପ୍ରଦର୍ଶନ ଏବଂ ଏକା ସାଙ୍ଗରେ ଆକାଶରେ ୯ଟି ଲଢ଼ୁଆ ବିମାନ ଉଡିବା ବେଶ୍‍ ଉପଭୋଗ୍ୟ ହୋଇଥିଲା । ଆକାଶ ମାର୍ଗରେ ବାୟୁସେନା ପକ୍ଷରୁ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଛି ।

ଯାହାକୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ । ସୂଚନା ଥାଉ କି, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ଵାରା ସୂର୍ଯ୍ୟ କିରଣ ସୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ଦୁଃସାହାସିକ ଓ ରୋମାଚଂକର କଳା କୌଶଳ ପ୍ରଦର୍ଶିତ କରାଯାଇଛି ।

ad-week
Leave A Reply

Your email address will not be published.