କଟକ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍, SCB ମେଡିକାଲ ସଂପ୍ରସାରଣ କାର୍ଯ୍ୟ କଲେ ତଦାରଖ

add-all

କଟକ ୧୯।୦୯:  ସୋମବାର ଦିନ ଭୋରରୁ କଟକ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ। SCB ମେଡିକାଲ ସଂପ୍ରସାରଣ କାର୍ଯ୍ୟର ତଦାରଖ କରିଛନ୍ତି। ତେବେ  5T ସଚିବଙ୍କ ସହ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ,କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଓ ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସେହିପରି ତାଳଦଣ୍ଡା କେନାଲ , ଛତ୍ରବଜାର ମାର୍କେଟ ପିଣ୍ଡି ଏବଂ ପୋଲର ମଧ୍ୟ ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । 5T ସଚିବଙ୍କ ଗସ୍ତ ପରେ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ଯେ, ସ୍ଥିର ହୋଇଥିବା ସମୟ ମଧ୍ୟରେ ଶେଷ ହେବ ସମସ୍ତ କାର୍ଯ୍ୟ । ୩୧ଡିସେମ୍ବର ୨୦୨୩ ସୁଦ୍ଧା ସରିବ ଏସସିବି ସମ୍ପ୍ରସାରଣ କାର୍ଯ୍ୟ । ଉନ୍ନୟନମୂଳକ କାର୍ଯ୍ୟର ମାନ ଭଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ।

ad-week
Leave A Reply

Your email address will not be published.