୪୭ଦିନ ଧାରଣା ପରେ ମହିଳା କମିସନରେ ବ୍ରହ୍ମପୁରର କେ ଦୀପିକା

add-all

ଭୁବନେଶ୍ୱର:  ଭୁବନେଶ୍ୱର ମହିଳା କମିସନରେ ବ୍ରହ୍ମପୁରର କେ ଦୀପିକା। ଆପୋସ ସମାଧାନ ପାଇଁ ମହିଳା କମିସନ ତାଙ୍କୁ ଡକାଇଥିବା ବେଳେ ଆଜି ହାଜର ହୋଇଛନ୍ତି ଦୀପିକା। ଏହାସହ ସେ ସ୍ୱାମୀ ଦାବି କରୁଥିବା ଦିନେଶଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ମହିଳା କମିସନ। ଖୁବଶୀଘ୍ର ଦିନେଶ ମହିଳା କମିଶନରେ ହାଜର ହୋଇ ନିଜର ପକ୍ଷ ରଖିବେ ବୋଲି ଜଣାପଡ଼ିଛି।

ସ୍ତ୍ରୀର ମାନ୍ୟତା ଦାବିରେ ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିରେ ଧାରଣା ଦେଇଥିଲେ ଦୀପିକା। ଶ୍ୱଶୁର ଘର ଆଗରେ ଦୀର୍ଘ ୪୭ ଦିନ ହେଲା ଧାରଣାରେ ବସିଥିଲେ ଦୀପିକା। ସେପଟେ ନ୍ୟାୟ ନପାଇଲେ କାଲିଠାରୁ ପୁଣି ଧାରଣାରେ ବସିବେ ବୋଲି ସେ କହିଛନ୍ତି। ନିଜ ପାଇଁ ନୁହେଁ, ନିଜ ପିଲାର ଭବିଷ୍ୟତ ପାଇଁ ସେ ନ୍ୟାୟ ମାଗୁଥିବା କହିଛନ୍ତି।

ad-week
Leave A Reply

Your email address will not be published.