ଝୁଲନ୍ତା ଅବସ୍ଥାରେ ଗାଁ ସାଥୀ ଓ ଅଶା କର୍ମୀଙ୍କ ମୃତଦେହ ଉଦ୍ଧାର

add-all

ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତରେ ଅଜି ସକାଳୁ ମାଲେରିମାହାର ମଣ୍ଡାପେନୁ ମୁଣ୍ଡିଆରେ ଥିବା ଏକ ମହୁଲ ଗଛରେ ସ୍ଵାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକମାନେ ହେଲେ ମୋନରଂଜନ ନାୟକ (୪୭) ଓ ସ୍ମିତାଞ୍ଜଳି ନାୟକ (୩୮)।

ଗାଁ ଲୋକଙ୍କ କହିବା ଅନୁଯାୟୀ ସ୍ଵାମୀ ମୋନରଞ୍ଜନ ନାୟକ ଗାଁ ସାଥୀ ଭାବେ କାମ କରୁଥିଲେ ଏବଂ ସ୍ତ୍ରୀ ସ୍ମିତାଞ୍ଜଳି ନାୟକ ଆଶା କର୍ମୀ ଭାବେ କାମ କରୁଥିଲେ। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ବଡ ପୁଅ +3 ଶେଷ ବର୍ଷ ଏବଂ ଝିଅ+୩ ପ୍ରଥମ ବର୍ଷ ନୟାଗଡ଼ ଠାରେ ପଢୁଥିବା ବେଳେ ସାନ ପୁଅ ଚତୁର୍ଥ ଶ୍ରେଣୀରେ ପଢୁଛି।

ଗାଁ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ସ।ରଙ୍ଗଡ ପୁଲିସ ପହଞ୍ଚିଛି  ମୃତଦେହ ଉଦ୍ଧାର କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଉଭୟଙ୍କ ମୃତ୍ୟୁ କାରଣ ଜଣାପଡ଼ିନାହିଁ। ରିପୋର୍ଟ ଲେଖାଯିବା ବେଳକୁ ମୃତଦେହ ଗଛରେ ଝୁଲୁଛି। ଫୁଲବାଣୀରୁ  ସାଇଣ୍ଟିଫିକ୍ ଦଳ ପହଞ୍ଚିଲା ପରେ ସମସ୍ତ ବିଷୟ ତଦନ୍ତ ହେବ ବୋଲି ସୂଚନା ରହିଛି।

ad-week
Leave A Reply

Your email address will not be published.