ବାଇକ୍‌ ଡିକି ଭାଙ୍ଗି ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

add-all

ଆନନ୍ଦପୁର ୧୯/୦୯: ଆନନ୍ଦପୁର ଉପଖଣ୍ଡ ଘସିପୁରା ଚେକ୍ ଗେଟ୍ ପାଖରୁ ବାଇକ୍ ଡିକିଭାଙ୍ଗି ୩୦ ହଜାର ଟଙ୍କା ଲୁଟ୍ ଅଭିଯୋଗ। ଶରତ ଚନ୍ଦ୍ର ସାହୁଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟେରା ମାନେ ଏପରି କାଣ୍ଡ ଭିଆଇଛନ୍ତି। ସେ ରାମଚନ୍ଦ୍ରପୁର ଥାନା ଅଧୀନରେ ଥିବା ଗୋଡ଼ିଉପର ଗାଁର ବାସିନ୍ଦା।

ସୋମବାର ଆନନ୍ଦପୁର ଷ୍ଟେଟ୍ ବ୍ଯାଙ୍କ  ଶାଖାରୁ ୩୦ ହଜାର ଟଙ୍କା ଉଠାଇ ଶରତ ଘସିପୁରାଚେକ୍ ଗେଟ୍ ପାଖରେ ଗୋଖାଦ୍ୟ କିଣୁଥିଲେ। ଏହି ସମୟରେ କେହି ଦୁର୍ବୃତ୍ତମାନେ ତାଙ୍କ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ଏନେଇ ଶରତ ଘଷିପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ପହଞ୍ଚି  ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.