ଶ୍ରୀମନ୍ଦିରରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଦୁଷ୍ୟନ୍ତ ଗୌତମ

add-all

ପୁରୀ ୧୯/୦୯: ବିଜେପି ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ସୋମବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୁରତିଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ଣ ୪ଟା ରେ ଦୁଷ୍ୟନ୍ତ ଶ୍ରୀମନ୍ଦିର ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ପୁରୀ ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କର୍ମୀ ଓ ନେତାମାନେ ସ୍ବାଗତ କରିବା ସହ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଦୁଷ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ମା ବିମଳା, ମା ଲକ୍ଷ୍ମୀ ଓ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଚଳିତ ମାସ  ୨୯ ତାରିଖ ପୁରୀ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆସିବାକୁ ଥିବାବେଳେ ଏନେଇ ବିଜେପି ନେତା ଓ କର୍ମୀମାନଙ୍କ ସହ ସେ ଆଲୋଚନା କରିବେ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.