ପଞ୍ଚଭୂତରେ ବିଲୀନ ହେଲା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମରଶରୀର

add-all

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହେଲା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମରଶରୀର। ପୈତୃକ ଗାଁ ତିହିଡ଼ି ବ୍ଲକ୍‌ ମଙ୍ଗରାଜପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ରାତି ୧ଟା ୩୦ରେ ମୁଖାଗ୍ନି ଦେଇଥିଲେ। ଭୁବନେଶ୍ୱରରୁ ତାଙ୍କ ମରଶରୀର ଜନ୍ମମାଟି ଭଦ୍ରକ ମଙ୍ଗରାଜପୁରକୁ ଅଣାଯାଇଥିଲା।

ରାତି ୧୨ଟା ୨୦ରେ ପହଞ୍ଚିଥିଲା ମୃତଦେହ। ସେଠାରେ ଅପେକ୍ଷାରେ ଥିବା ଗ୍ରାମବାସୀଙ୍କ ସହ ହଜାର ହଜାର ଶୁଭେଛୁ ତାଙ୍କ ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିଥିଲେ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ଯୋଗଦେଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଧାମନଗର ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ଗତକାଲି ୬୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲା। ବିଷ୍ଣୁ ସେଠୀଙ୍କ ବିୟୋଗରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.