ସେପ୍ଟେମ୍ବର ୨୨ରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢା

add-all

ଭୁବନେଶ୍ବର: ଆସନ୍ତା ୨୨ ତାରିଖରୁ +୨ ପ୍ରଥମ ବର୍ଷ ପିଲାଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ୩.୫ ଲକ୍ଷ ପିଲା ବର୍ତ୍ତମାନ ସୁଦ୍ଧା ଯୁକ୍ତ ଦୁଇରେ ନାମ ଲେଖାଇ ସାରିଲେଣି। ଏଥିସହିତ ଯେଉଁ ଛାତ୍ରଛାତ୍ରୀମାନେ କୌଣସି କାରଣବସତଃ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇ ପାରିନାହାନ୍ତି ସେମାନଙ୍କ ପାଇଁ ନାମଲେଖା ତାରିଖ ଘୁଞ୍ଚାଇ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.