କଟକରେ ନକଲି ମେଡ଼ିସିନ୍‌ କାରବାର ଘଟଣା: ରାଜ୍ୟ ବାହାରକୁ ଗଲା କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌

add-all

କଟକ:କଟକରେ ନକଲି ଔଷଧ କାରବାର ଘଟଣା। ରାଜ୍ୟ ବାହାରକୁ ଗଲା କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌। ବିହାର ଯାଇଛି ୪ ଜଣିଆ ଟିମ୍‌। ଔଷଧର ଉତ୍ସ ନେଇ ଖୋଳତାଡ଼ କରିବ ଟିମ୍‌। କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। କଟକରେ ନକଲି ରକ୍ତଚାପ ମେଡିସିନ କାରବାର ମାମଲାରେ ୨ ଜଣ ଷ୍ଟକିଷ୍ଟ ରାହୁଲ କୁମାର କୈୟାଲ ଓ ସଂଜୟ କୁମାର ଜଲାନଙ୍କୁ ଗିରଫ କରାଯାଇଛି । ଏହି ଦୁଇଜଣଙ୍କ ନାଁରେ କଂପାନୀ ମାଲିକାନା ନଥିଲା କିନ୍ତୁ ସେମାନେ କଂପାନୀ ଚଳାଉଥିଲେ ବୋଲି ଜଣାଯାଇଛି ।

ବିହାରର ଗୟା ଓ ବେଙ୍ଗାଳୁରୁରୁ ନକଲି ଔଷଧ ଆସୁଥିବା ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ସେଠାକୁ ବିହାର ଯାଇଛି ୪ ଜଣିଆ ପୋଲିସ ଟିମ୍‌ । କେବେଠାରୁ ଓ କେତେ ପରିମାଣରେ ନକଲି ଔଷଧ କାରବାର ଚାଲିଥିବା ସେନେଇ ତଦନ୍ତ ଜାରି ରହିଛି । ନକଲି ଟେଲମା ଔଷଧ କାରବାର ନେଇ ଡ୍ରଗ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ଏତଲା କ୍ରମେ ଦୁଇ ଔଷଧ ଷ୍ଟକିଷ୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ad-week
Leave A Reply

Your email address will not be published.