ଭିଜିଲାନ୍ସ୍ ଜାଲରେ ଥାନା ଏସ୍‌ଆଇ

add-all

ଖଲ୍ଲିକୋଟ: ଏକ ମାମଲାରେ ଦଫା କୋହଳ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଏସ୍‌ଆଇ ତଥା ଭାରପ୍ରାପ୍ତ ଭେଜିପୁଟ ଫାଣ୍ଡି ଅଧିକାରୀ ସ‌ନ୍ତୋଷ କୁମାର ସ୍ବାଇଁ। ଅଭିଯୋଗକାରୀ ତଥା ବୁରପଲ୍ଲୀ ଗ୍ରାମର ଭୁବନ ପାତ୍ରଙ୍କଠୁ ଆଜି ରାତିରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍‌ର ଏକ ଟିମ୍ ସନ୍ତୋଷଙ୍କୁ କାବୁ କରିନେଇଛନ୍ତି।

ଗତ ଜୁଲାଇ ମାସରେ ପଡ଼ୋଶୀଙ୍କ ସହ ଭୁବନଙ୍କ ଝଗଡ଼ା ହୋଇଥିଲା। କିନ୍ତୁ ଗିରଫଦାରିକୁ ଏଡ଼ାଇବା ଏବଂ ମାମଲାରେ ଦଫା କୋହଳ କରିବାକୁ ସନ୍ତୋଷ ତାଙ୍କଠୁ ଲାଞ୍ଚ ଦାବି କରିଥିଲେ। ଫଳରେ, ଭୁବନ ଭିଜିଲାନ୍ସ୍‌ର ଦ୍ବାରସ୍ଥ ହୋଇଥିଲେ। ଖବର ଲେଖାଯିବା ସୁଦ୍ଧା, ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ଏକକାଳୀନ ଦୁଇଟି ସ୍ଥାନରେ ଛାନଭିନ୍ ଜାରି ରହିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍‌ରେ କେସ୍ ନମ୍ବର ୧୮/୨୨ ଅନୁସାରେ ମାମଲା ରୁଜୁ ସହ ତଦନ୍ତ ଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ, ମାସକ ତଳେ ଲାଞ୍ଚନେଇ ତତ୍‌କାଳୀନ ଫାଣ୍ଡି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ad-week
Leave A Reply

Your email address will not be published.