ଧାମରା ଓ ଆରଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

add-all

ଚାନ୍ଦବାଲି: ଧାମରା ଓ ଆରଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ। ଧାମରା ପୋର୍ଟରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଧାମରା-ଜାମୁଝାଡି ରାସ୍ତାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହା ସହ ବାଲିମୁଣ୍ଡାଠାରେ ହେଉଥିବା ଏୟାରଷ୍ଟ୍ରିପ୍‌ର ସମୀକ୍ଷା କରିଛନ୍ତି । କେଉଁଠି କଣ ସମସ୍ୟା ରହିଛି ସେନେଇ ଆଲୋଚନା କଲେ ଦୁଇ ସଚିବ ।

ଜମି ଅଧିଗ୍ରହଣ ଏବଂ ବିଦ୍ୟୁତ ଯୋଗାଣ ନେଇ ସମୀକ୍ଷା କରିଛନ୍ତି । ପରେ ଆରଡିରେ ପହଞ୍ଚି ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ପରେ ସେବାୟତଙ୍କ ସହ ମନ୍ଦିରର ଉନ୍ନତି ବାବଦରେ ଆଲୋଚନା କରିବେ। ପୀଠର ଉନ୍ନତି କରଣ ପାଇଁ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ସେନେଇ ଏକ ସ୍କେଚ ମ୍ୟାପ ମୁଖ୍ୟ ଶାସନ ସଚିବ ଓ 5T ସଚିବଙ୍କୁ ଦେଖାଇବ ଜିଲ୍ଲା ପ୍ରଶାସନ।

ad-week
Leave A Reply

Your email address will not be published.