ଜୀବନରୁ ମାରିଦେବାକୁ ଗ୍ୟାସଟାଙ୍କି ଖୋଲିଦେଲା ସ୍ୱାମୀ, ଗୁରୁତର ସ୍ତ୍ରୀ SCBରେ ଭର୍ତ୍ତି

add-all

ଭୁବନେଶ୍ୱର: ନିଶାଡି ସ୍ଵାମୀର ଅମାନବୀୟ କାଣ୍ଡ। ସ୍ୱାମୀରୁ ସାଜିଲା ଭକ୍ଷକ। ରାଜଧାନୀରେ ନିଶା ଚୁର ସ୍ଵାମୀ ଗ୍ୟାସ ଟାଙ୍କି ଖୋଲି ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି।ଏହି ବିଭତ୍ସ କାଣ୍ଡରେ ସ୍ତ୍ରୀ ପ୍ରଭାତୀ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣା ଘଟିଛି ଭରତ ପୁର୍ ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଲେନ ୧ ଅଞ୍ଚଳରେ।

ଅଭିଯୁକ୍ତ ସ୍ବାମୀ ଜଗା, ନିଶା ଖାଇ ପତ୍ନୀକୁ ମାରଧର କରନ୍ତି। ଯେଉଁଥିପାଇଁ କୋର୍ଟରେ ଛାଡ଼ ପତ୍ର ମାମଲା ମଧ୍ୟ ରହିଛି। ତେବେ ପତ୍ନୀ ଘରେ ଥିବା ବେଳେ ସ୍ବାମୀ ଜଗା ଗତ କାଲି ନିଶା ଖାଇ ଘରେ ପାଟିତୁଣ୍ଡ କରିଥିଲା। ନିଶାରେ ଚୁର ଥିବା ସ୍ୱାମୀ ରାଗରେ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଘରେ ଥିବା ଗ୍ୟାସ ଟାଙ୍କିକୁ ଖୋଲିଦେଲେ। ଆଉ ସ୍ତ୍ରୀକୁ ଗ୍ୟାସ ପାଖକୁ ନେଇ ଅଗ୍ନି ସଂଯୋଗ କରିବାରୁ ସ୍ତ୍ରୀ ପୋଡ଼ିହୋଇ ଯାଇଥିଲେ। ବର୍ତ୍ତମାନ ଆହତ ପ୍ରଭାତୀ ଗୁରୁତର ଅଛନ୍ତି। ଘଟଣା ପରେ ମାତାଲ ସ୍ୱାମୀ ଜଗା ଫେରାର ରହିଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.