ମାଲକାନଗିରି ସୀମାନ୍ତରେ ମାଓ ମେଳି

add-all

ମାଲକାନଗିରି ୨୬।୦୯ : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ମେଳି ଦେଖିବାକୁ ମିଳିଛି । ସୁରକ୍ଷା ବାହିନୀକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇ ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ । ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ସରକାରଙ୍କ ବିରୁଦ୍ଧରେ ଭାଷଣ ଦେଉଛନ୍ତି ଆଗ ଧାଡ଼ିର ଏହି ମାଓ ନେତା ମାନେ ।

ଖବର ଅନୁଯାୟୀ,  ଆନ୍ଧ୍ର, ଓଡିଶା ଓ ଛତିଶଗଡ଼ ରାଜ୍ୟର ମାଓବାଦୀ ମାନେ ଏକାଠି ହୋଇ ପାଳନ କରିଛନ୍ତି ୧୮ ତମ ମାଓ ପ୍ରତିଷ୍ଠା ଦିବସ । ପ୍ରତି ବର୍ଷ ସେପ୍ଟେମ୍ବର ୨୧ ରୁ ୨୭  ତାରିଖ ପର୍ଯ୍ୟନ୍ତ ଏହି ଦିବସକୁ ମାଓବାଦୀ ମାନେ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ପ୍ରତିଷ୍ଠା ଦିବସରେ ଶହ ଶହ ମାଓବାଦୀଙ୍କ ସହ ଅନେକ ଆଦିବାସୀ ଲୋକ ମଧ୍ୟ ସାମିଲ ହୋଇଥିଲେ ।

ନାଚ ଗୀତ ମାଧ୍ୟମରେ ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସହିଦ ସ୍ତମ୍ଭ ଉଦଘାଟନ କରିଛନ୍ତି ଲାଲ୍ ବାହିନୀ । ସାଧାରଣ ଆଦିବାସୀ ଲୋକଙ୍କୁ ମାଓ ସଂଗଠନରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍ତି ଲାଲ୍ ବାହିନୀ । ପରେ ନକ୍ସଲ ପନ୍ଥିଙ୍କ ପକ୍ଷରୁ ଜଙ୍ଗଲ ଭିତରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା ।

ad-week
Leave A Reply

Your email address will not be published.