ସହଜ ହେବ ଯାନବାହନର ଫିଟନେସ୍ ଟେଷ୍ଟ

add-all

ଭୁବନେଶ୍ଵର, ୨୬/୦୯ : ଏଣିକି ସହଜ ହେବ ଯାନବାହନର ଫିଟନେସ୍ ଟେଷ୍ଟ। ଦରକାର ପଡ଼ିବେନି ମେକାନିକ୍। ଦୌଡ଼ିବାକୁ ପଡ଼ିବନି ଆରଟିଓ ଅଫିସ୍। ସ୍ୱୟଂଚାଳିତ ହେବ ଟେଷ୍ଟିଂ ପ୍ରକ୍ରିୟା। ଯାଞ୍ଚ୍ କରିବ ସ୍ୱତନ୍ତ୍ର ଡିଭାଇସ୍। ଗାଡ଼ିର ବୟସ କେତେ ? ଗାଡ଼ି ଫିଟ୍ କି ଅନଫିଟ୍ ? ଏମିସନ୍ ସ୍ତର କେତେ ଅଛି? ସବୁ ତଥ୍ୟ ପ୍ରଦାନ କରିବ ଏହି ସ୍ବୟଂଚାଳିତ ବ୍ୟବସ୍ଥା ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ, ସ୍ୱତନ୍ତ୍ର ଅଟୋମେଟେଡ୍ ଟେଷ୍ଟିଂ ସିଷ୍ଟମ ବା ଏଟିଏସ୍ ଆପଣେଇବେ ରାଜ୍ୟ ସରକାର। ଏଥିପାଇଁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ। କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ପ୍ରସ୍ତୁତ ହେବ ଏହି ଚିଠା ନୀତି। ପ୍ରସ୍ତାବିତ ଏଟିଏସ୍ ନୀତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିବ ଏଟିଏସ୍ ସେଣ୍ଟର। ଏମିତିକି କଟକର ଅରିଲୋଠାରେ ଥିବା ଇନଜେକ୍ସନ୍ ଆଣ୍ଡ ସାର୍ଟିଫିକେସନ୍ ସେଣ୍ଟରକୁ ମଧ୍ୟ ଏଟିଏସ୍ ସେଣ୍ଟରରେ ପରିଣତ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ବିଭାଗ।

ad-week
Leave A Reply

Your email address will not be published.