୩ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର ୨୭।୦୯: ବୁଧବାର ଆଇ.ଟି. ହବ୍ ବେଙ୍ଗାଲୁରୁରେ ହେବ ନିବେଶକ ସମ୍ମିଳନୀ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଗୋଟାଏ ୪୫ରେ ୩ ଦିନିଆ ଗସ୍ତରେ ବେଙ୍ଗାଲୁରୁ ଯିବେ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶିଳ୍ପ ମନ୍ତ୍ରୀଙ୍କ ସମେତ ଉଚ୍ଚସ୍ତରୀୟ କମିଟି ବେଙ୍ଗାଳୁରୁ ଗସ୍ତ କରିସାରିଛି। ବିଶେଷ କରି ରାଜ୍ୟ ସରକାର ଆଇ.ଟି କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଏହି ସମ୍ମିଳନୀକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାସହ ନଭେମ୍ବର ୩୦ରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ ନବୀନ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ , ବେଙ୍ଗାଲୁରୁ ହେଉଛି ଆଇ.ଟି ହବ୍। ଟେଲିକମ୍ ଏବଂ ଆଇ. ଟି ନିବେଶକମାନଙ୍କର ପେଣ୍ଠ ସ୍ଥଳୀ। ଏହା ସହିତ ଛୋଟ ଛୋଟ ଷ୍ଟାର୍ଟ ଅପ୍ ରହିଛି। ଏପରିକି ଅନେକ ଓଡ଼ିଆ ବେଙ୍ଗାଳୁରୁରେ କାମ କରୁଥିବା ବେଳେ, ସେମାନଙ୍କର ଷ୍ଟାର୍ଟ ଅପ୍ ରହିଛି। ତେଣୁ ବେଙ୍ଗାଲୁରୁରେ ନିବେଶକ ସମ୍ମଳିନୀ ହେଲେ , ଓଡ଼ିଆମାନେ ମଧ୍ୟ ଓଡ଼ିଶା ଆସି ନିଜର ଷ୍ଟାର୍ଟ ଅପ୍ ଖୋଲିବା ପାଇଁ ଆଗ୍ରହୀ ହେବେ।

ad-week
Leave A Reply

Your email address will not be published.