ରବି ରାଜା ହତ୍ୟା ଘଟଣାରେ ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

add-all

ରାଉରକେଲା : ରାଉରକେଲା ସହରର ମଧୁସୂଦନପାଲି ବସ୍ତିରେ ରବି ରାଜା ହତ୍ୟା ଘଟଣାରେ ୩ ଦୋଷୀଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ରାଉରକେଲା ଏଡିଜେ ୧ କୋର୍ଟ ଆଜି ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଦୋଷୀମାନେ ଆଉ ୬ ମାସ ଲେଖାଏଁ ଜେଲ୍‌ରେ ରହିବେ।

ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅପରାଧୀମାନେ ହେଉଛନ୍ତି ସନ୍ତୋଷ ତିୱାରୀ, ରାହୁଲ ଘୋଷ ଓ ବିଜୟ ବଡ଼ାଇକ। ୨୦୧୯ ମସିହା ମେ’ ୫ ତାରିଖରେ ଏହି ତିନି ଜଣ ରବି ରାଜାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ୨୩ ଜଣ ସାକ୍ଷ୍ୟ ପ୍ରମାଣକୁ ଅଧାର କରି ଅଭିଯୁକ୍ତମାନଙ୍କୁ କୋର୍ଟ ଦୋଷୀ ଘୋଷଣା କରିବା ସହିତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ପବ୍ଲିକ୍ ପ୍ରସିକ୍ୟୁଟର ସ୍ୱରୂପ ରଞ୍ଜନ ରଥ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.