ଟିଟିଇ ସ୍ବାମୀଙ୍କ ଘର ଆଗରେ ଧାରଣା ଦେବା ଘଟଣା; ଖୋର୍ଦ୍ଧା ଡିଆରଏମଙ୍କୁ ଭେଟି ଅଭିଯୋଗ କଲେ ସ୍ତ୍ରୀ ସ୍ୱପ୍ନା

add-all

ବ୍ରହ୍ମପୁର ୮/୦୯: ବ୍ରହ୍ମପୁରରେ ସ୍ବପ୍ନା ନାମକ ଜୈନିକ ମହିଳା ସ୍ବାମୀ ଘର ଆଗରେ ଧାରଣା ଦେବା ଘଟଣା। ଆଜି ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ସ୍ବପ୍ନା ଖୋର୍ଦ୍ଧାରେ ଥିବା ଡିଆରଏମଘଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି। ବୁଧବାର ତାଙ୍କ ଧାରଣାର ୬ ଦିନରେ ପହଞ୍ଚିଛି। ବ୍ରହ୍ମପୁର ରେଳ ଷ୍ଟେସନରେ କାର୍ଯ୍ଯରତ ଟିଟିଇ କାହ୍ନୁ ନାୟକଙ୍କ ସ୍ତ୍ରୀ ସ୍ବପ୍ନା ନାୟକ।

ସୂଚନା ଥାଉକି, ୨୦୧୨ ରେ କାହ୍ନୁଙ୍କ ସହ ସ୍ବପ୍ନାଙ୍କ ବିବାହ ହୋଇଥିଲା। ୨୦୧୮ରେ ଅଧିକ ୨୦ ଲକ୍ଷ ଟଙ୍କା ଯୌତୁକ ସ୍ୱପ୍ନାଙ୍କୁ ତାଙ୍କ ଶାଶୁ ଘର ପକ୍ଷରୁ କୁହାଯାଇଥିଲା। ଯୌତୁକ ନ ଆଣିବାରୁ ତାଙ୍କୁ ଘରୁ ଶାଶୁ ଘରୁ ବାହାର କରାଯାଇଛି ବୋଲି ସ୍ବପ୍ନା ଅଭିଯୋଗ କରିଥିଲେ।

ଅନ୍ୟପଟେ ସ୍ୱପ୍ନା ତାଙ୍କ ଭଣଜାଙ୍କ ସହିତ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ କରି ସ୍ବାମୀ ତାଙ୍କୁ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଜିଆରପି ଥାନାରେ ସ୍ବାମୀ କାହ୍ନୁଙ୍କ ବିରୋଧରେ ଚଳିତ ମାସ ୨୩ ତାରିଖରେ ସ୍ବପ୍ନା  ଅଭିଯୋଗ କରିଥିଲେ।  ସେପଟେ କାହ୍ନୁ ଏବେ ଘରେ ନଥିବା ବେଳେ ସେପ୍ଟେମ୍ୱର ୨୭ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଛୁଟି ନେଇଥିବା କୁହାଯାଇଛି।

ad-week
Leave A Reply

Your email address will not be published.