ଚିଙ୍ଗୁଡ଼ି କାରଖାନାରୁ ଆମୋନିଆ ଗ୍ୟାସ୍‌ ନିର୍ଗତ; ୩୦ରୁ ଅଧିକ ଶ୍ରମିକ ଅୁସୁସ୍ଥ

add-all

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତର ଗଡ଼ଭଙ୍ଗ ଠାରେ ଅବସ୍ଥିତ ଏକ ଚିଙ୍ଗୁଡ଼ି କାରଖାନାରେ ଆମୋନିଆ ଗ୍ୟାସ୍‌ ନିର୍ଗତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଗ୍ୟାସ ଲିକ୍‌ ହେବା କାରଣରୁ  ୩୦ରୁ ଊର୍ଦ୍ଧ୍ବ ଶ୍ରମିକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ ଆଜି ସନ୍ଧ୍ୟାରେ ଚିଙ୍ଗୁଡ଼ି କାରଖାନାରେ କୌଣସି କାରଣରୁ ଗ୍ୟାସ ଲିକ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ଶ୍ରମିକମାନେ ବିଶାକ୍ତ ଗ୍ୟାସ ପ୍ରଭାବ ପାଇଁ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଚକିତ୍ସା ପାଇଁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଖବର ଲେଖା ହେବା ସୁଦ୍ଧା ୧୫ରୁ ଅଧିକ ଶ୍ରମିକଙ୍କୁ ବାଲେଶ୍ୱର ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.