ରାସ୍ତାରେ ଗତକାଲି ରାତି କାଟିଲେ କଟକ ମେୟର

add-all

ଭୁବନେଶ୍ୱର: ରାସ୍ତାରେ ଖାଇଲେ ରାସ୍ତାରେ ଶୋଇଲେ କଟକ ମେୟର। ମେୟର ସୁବାସ ସିଂ କଟକ ସହରର ଚୌଧୁରୀ ବଜାର ରାସ୍ତାରେ ଗତକାଲି ରାତି କାଟିଛନ୍ତି। କଟକ ସହରରେ ଜାଇକା କାମ ଚାଲିଥିବା ବେଳେ ବିଭିନ୍ନ ସମୟରେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେଉଛି।

ଗତକାଲି ରାତି ପ୍ରାୟ ୯ ଟା ସମୟରେ ଏଭଳି ଖବର ପାଇ ଚୌଧୁରୀ ବଜାରରେ ପହଁଚି ଥିଲେ ସୁଭାଷ ସିଂ। ରାତିରେ କାମ ନ ସରିବା ପର୍ଯ୍ୟନ୍ତ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ ମେୟର। କର୍ମଚାରୀ କାମ କଲେ ମେୟର ଜଗି ବସିଲେ। ତାଙ୍କର ଅନୁଗାମୀ ମାନେ ଖାଇବା ଆଣି ଦେବାରୁ ରାସ୍ତାରେ ବସି ଖାଇଲେ ଏବଂ ସେହି ସ୍ଥାନରେ ଖଟିଆ ପକାଇ ଶୋଇଲେ। କଟକ ମେୟର ସୁଭାଷ ସିଂଙ୍କ ଏଭଳି ଚିନ୍ତାଧାରାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.