ପଞ୍ଚଭୂତରେ ବିଲୀନ ହେଲା ଜୟନ୍ତୀଙ୍କ ପାର୍ଥିବ ଶରୀର; ସ୍ୱର୍ଗଦ୍ୱାରରେ ହେଲା ଶେଷକୃତ୍ୟ

add-all

ପୁରୀ ୨୯/୦୯: ଗୁରୁବାର ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟର ପ୍ରଥମ ମହିଳା ସାଂସଦ ସ୍ୱର୍ଗତା ଜୟନ୍ତୀ ପଟ୍ଟନାୟକଙ୍କ ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗଦ୍ଲାରରେ ଜୟନ୍ତୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ବୁଧବାର ରାତିରେ ସେ ଭୁବନେଶ୍ବର ଫରେଷ୍ଟପାର୍କରେ ଥିବା ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଗୁରୁବାର ତାଙ୍କ ପାର୍ଥିବ ଶରୀର ପୁରୀ ସ୍ଵର୍ଗଦ୍ଵାରରେ ପହଞ୍ଚିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ‌ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗଦ୍ୱାରରେ ଏହି ସମୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜ୍ବାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ବହୁ କଂଗ୍ରେସ ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.