ପାଳନ ହେଲା ବିଶ୍ୱ ହୃଦୟ ଦିବସ; ନିରୋଗ ଜୀବନଚର୍ଯ୍ୟା ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

add-all

ଝାରସୁଗୁଡ଼ା ୨୯/୦୯: ଗୁରୁବାର ଝାରସୁଗୁଡ଼ାରେ ବିଶ୍ଵ ହୃଦୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବସଷ୍ଟାଣ୍ଡରୁ ମଙ୍ଗଳବଜାର ଅଡିଟୋରିୟମ ଯାଏଁ ଏକ ୱାକଥନ୍ କାର୍ଯ୍ୟକ୍ରମ କରାଯାଇଥିଲା l ଏହାସହ ମଙ୍ଗଳବଜାର ଓଡିଟେରିୟମରେ ହେଲ୍‌ଥ ଟକ୍‌ ନାମକ କାର୍ଯ୍ୟକ୍ରମ ଏବଂ ହୃଦରୋଗ ଯାଞ୍ଚ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି l ଏହି ଅବସରରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ନିୟମିତ ରକ୍ତଚାପ, ମଧୁମେହ, କଲିଷ୍ଟ୍ରଲ ଆଦି ପରୀକ୍ଷା କରିବା ପାଇଁ କହିଥିଲେ।

ଏହା ସହିତ ନିରୋଗ ରହିବା ପାଇଁ ନିୟମିତ ବ୍ୟାୟାମ କରିବା, ନିଶା ଦ୍ରବ୍ୟ ସେବନରୁ ଦୂରେଇ ରହିବାକୁ ମଧ୍ୟ  ପରାମର୍ଶ ଦେଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ସୁଦଢ଼ ହୋଇପାରିଛି ଏବଂ ଖୁବ ଶୀଘ୍ର ଝାରସୁଗୁଡ଼ାରେ ହୃଦରୋଗ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ ଫଳରେ ଜିଲ୍ଲାବାସୀ ଉପକୃତ ହୋଇପରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି l

ad-week
Leave A Reply

Your email address will not be published.