ଓଡିଶାରେ କାର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ହେବ

add-all

ଭୁବନେଶ୍ୱେର: ପୂର୍ବରୁ କାରରେ ଡ୍ରାଇଭର ସିଟ୍ ଏବଂ ପାଖରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ଥିଲା । ଏବେ କିନ୍ତୁ କାର ପଛରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ। ଓଡିଶା ସରକାରଙ୍କ ପରିବହନ ବିଭାଗ ଏ ନେଇ ଏକ ଚିଠି ଲେଖିଛନ୍ତି ପରିବହନ କମିସନରଙ୍କୁ । ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବା ସହ ନିୟମ କଡ଼ାକଡ଼ି ଲାଗୁ କରିବାକୁ ପରିବହନ ବିଭାଗ ପକ୍ଷରୁ ପରିବହନ କମିସନରଙ୍କୁ ଚିଠି କରାଯାଇଛି।

ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କର ଦୁର୍ଘଟଣାରେ ଦେହାନ୍ତ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏପରି ଏକ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପରିବହନ କମିସନରଙ୍କୁ କାର ପଛରେ ବସୁଥିବା ଯାତ୍ରୀ ସିଲ୍ଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି କହିଛନ୍ତି।

ଯେଉଁ ଗାଡ଼ିରେ ୮ରୁ କମ୍‌ ସିଟ୍‌ ଥିବ, ସେଥିରେ ଡ୍ରାଇଭର ପାଖରେ ବସୁଥିବା ଯାତ୍ରୀ ଏବଂ ପଛରେ ବସୁଥିବା ଯାତ୍ରୀ ସିଟ୍‌ ବେଲ୍‌ଟ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ଯଦି ଯାତ୍ରୀ ଏହି ନିୟମ ନମାନ୍ତି ତେବେ ଗାଡ଼ି ଚାଳକଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଦେବେ।

ସେହିପରି କାରର ପିଛ ସିଟରେ ବସୁଥିବା ଯାତ୍ରୀ ସିଟ୍‌ ବେଲ୍‌ଟ ବାନ୍ଧିବାରେ ଯେପରି କୌଣସି ବାଧକ ନସାଜେ ଫିଟନେସ୍ ନବୀକରଣ ବେଳେ ଯାଞ୍ଚ କରିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ସାଇରସ ମିସ୍ତ୍ରୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ସିଲ୍ଚ ବେଲ୍ଟ ବାନ୍ଧିନଥିଲେ ବୋଲି ତଦନ୍ତ ରିପୋର୍ଟରୁ ଜଣାପଡିଛି ।

ad-week
Leave A Reply

Your email address will not be published.