ମମିତା ମେହେର ହତ୍ୟା ଘଟଣା: ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ହାଜର ହେଲେ ମମିତାଙ୍କ ଛୋଟ ଭାଇଓ ସମ୍ପର୍କୀୟ ବଡ଼ଭାଇ

add-all

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସାକ୍ଷ୍ୟ ଦେବା ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମମିତାଙ୍କ ଛୋଟ ଭାଇ ବଣ୍ଟି ମେହେର ଓ ସମ୍ପର୍କୀୟ ବଡ଼ଭାଇ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ମମିତା ନିଖୋଜ ନେଇ ବଣ୍ଟି ପ୍ରଥମେ ସିନ୍ଧେକେଲା ଥାନାରେ ଏତଲା ଦେଇଥିବାରୁ ସାକ୍ଷୀ ଭାବରେ ଉପସ୍ଥିତ ଥିଲେ। ମମିତା ମେହେରଙ୍କ ଦୁଇ ଭାଇଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିବା କହିଛନ୍ତି ସ୍ୱତନ୍ତ୍ର ସରକାରୀ ଓକିଲ।

ଆସନ୍ତାକାଲି ମଧ୍ୟ ସେ କୋର୍ଟରେ ହାଜର ହେବେ। ଏହି ମାମଲାରେ ୧୬୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ତ୍ୱରାନ୍ଵିତ ବେଗରେ ଏହି ମାମଲା ଶେଷ ହେବ ବୋଲି କହିଛନ୍ତି ସରକାରୀ ଓକିଲ। ଆଜି ୪ଜଣ ସାକ୍ଷ୍ୟପ୍ରଦାନ କରିଥିବା କହିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ। ସାକ୍ଷ୍ୟ ଗ୍ରହଣ ହେବାର କିଛି ସମୟ ପରେ ବଲାଙ୍ଗୀର ଏସପି ନିତିନ କୁଶଳକର ଏଡିଜେ କୋର୍ଟରେ ପହଞ୍ଚି ଆରମ୍ଭ ରୁ ଶେଷ ଯାଏ ଉପସ୍ଥିତ ଥିଲେ।.

ad-week
Leave A Reply

Your email address will not be published.