ଏମକେସିଜି ଡାକ୍ତରଖାନାରେ ଉତ୍ତେଜନା..

add-all

ବ୍ରହ୍ମପୁର ୩୦/୦୯: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଝଗଡ଼ା ପରେ ମାଡ଼ପିଟ୍‌ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଏପରି ଘଟଣା ଘଟିଛି। ଫଳରେ ଉଭୟ ନର୍ସ ସଂଘ ଓ ହାଉସ ସର୍ଜନ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗୁରୁବାର ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ। ହେଲେ ସେଠାରେ କାର୍ଯ୍ୟରତ ନର୍ସମାନେ ଶର୍କରା ପରୀକ୍ଷା କରିନଥିଲେ।

ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶୁକ୍ରବାର ସକାଳେ ଉଭୟ ପକ୍ଷର ୧୦୦ରୁ ଅଧିକ ଡାକ୍ତର ଓ ନର୍ସ ପୃଥକ୍‌ ଭାବେ ଅଧିକ୍ଷକଙ୍କ ପାଖରେ  ଜମା ହୋଇଥିଲେ। ସେଠାରେ ସେମାମଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ହାତାହାତି ହୋଇଥିଲେ। ଏବେ ନର୍ସଙ୍କ ଧାରଣା ଜାରି ରହିଛି । ବୈଦ୍ୟନାଥପୁର ଥାନା  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଠା କରୁଛି ।

ad-week
Leave A Reply

Your email address will not be published.