ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା

add-all

ଜଗତସିଂହପୁର: ଆଜି ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ। ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ମା’ଙ୍କ ପୀଠରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ମା’ ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ମା’ଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ ଆଦି ଆୟୋଜିତ ହେଉଛି । ମା’ଙ୍କ ଦର୍ଶନ ଝଙ୍କଡ଼ ଶାରଳା ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

ad-week
Leave A Reply

Your email address will not be published.