ହାଇକୋର୍ଟରେ ଅକ୍ଟୋବର ୧ରୁ ପୂଜା ଅବକାଶ

add-all

କଟକ : ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି। ଅକ୍ଟୋବର ୧ରୁ ପୂଜା ଅବକାଶ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୦ରେ କୋର୍ଟ ଖୋଲିବ। ଦୁର୍ଗାପୂଜା ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ରହିବେ। ଅକ୍ଟୋବର ୧, ୬ ଓ ୭ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ଜରୁରୀ ମାମଲା ପଞ୍ଜୀକରଣ ପାଇଁ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକା‌ଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ad-week
Leave A Reply

Your email address will not be published.