ଜଗନ୍ନାଥଙ୍କୁ ନବୀନଙ୍କ ସହ ତୁଳନା କରି ବିବାଦୀୟ ହେବା ପରେ ସଫେଇ ଦେଲେ ମନ୍ତ୍ରୀ ପ୍ରତାପ ଦେବ

add-all

ଭୁବନେଶ୍ୱର: ‘ସାଢ଼େ ଚାରିକୋଟି ଓଡ଼ିଆଙ୍କ ପରିଚୟ ଥିଲେ ଜଗନ୍ନାଥ। ଏବେ ଭାରତର ଯେକୌଣସି ସ୍ଥାନକୁ ଗଲେ ସେଠିକାର ଲୋକେ ପ୍ରଥମେ ନବୀନ ପଟ୍ଟନାୟକଙ୍କ କଥା କହୁଛନ୍ତି’। ବିଜେଡି ପ୍ରଶିକ୍ଷଣ ଶିବିରରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଏହି ବୟାନ ବିବାଦୀୟ ହୋଇପଡିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ସଫେଇ ଦେଇଛନ୍ତି ଆଳି ବିଧାୟକ ପ୍ରତାପ ଦେବ।

ସେ ଟ୍ବିଟ୍ କରି କହିଛନ୍ତି, ‘ମୋର ଗତକାଲିର ଭାଷଣକୁ ନେଇ ବିରୋଧୀ ଭିନ୍ନ ଅର୍ଥରେ ନେଇ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ଅଯଥା ରାଜନୀତି କରିବା ଦୁର୍ଭାଗ୍ୟଜନକ। ମୋର କହିବାର ଉଦ୍ଦେଶ୍ୟ ଥିଲା ଯେ ଜାତୀୟ ସ୍ତରରେ ଲୋକମାନେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଉତ୍ତମ ଶାସନ ପାଇଁ ଓଡ଼ିଶାକୁ ମାନ୍ୟତା ଦେବା ଆରମ୍ଭ କରିଛନ୍ତି। ବିରୋଧୀ ଦଳମାନଙ୍କୁ ଭୁଲ୍ ବ୍ୟାଖ୍ୟା ବନ୍ଦ କରିବାକୁ ଅନୁରୋଧ କରୁଛି।’

ଶୁକ୍ରବାର ପ୍ରତାପ ଦେବ ଏପରି ବିବୃତ୍ତି ରଖିବା ପରେ ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି, ଓଡିଶାର ଜଣେ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ପୂର୍ବରୁ ଲୋକମାନେ ପ୍ରଭୁ ଜଗନ୍ନାଥଙ୍କ ନାମରେ ଓଡିଶାକୁ ଚିହ୍ନିଥିଲେ। ଏବେ ଓଡ଼ିଶା ନବୀନ ପଟ୍ଟନାୟକ କାରଣରୁ ଜଣାଶୁଣା ଏବଂ ଜଗନ୍ନାଥଙ୍କ ପାଇଁ ନୁହେଁ। ମନ୍ତ୍ରୀଙ୍କ ବିବୃତ୍ତି ଓଡିଆଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରୁଛି ବୋଲି ଦର୍ଶାଇ ସମ୍ବିତ ପାତ୍ର ପଚାରିଥିଲେ ମୁଖ୍ୟମନ୍ତ୍ରୀ ଏହି ବିବୃତ୍ତିରେ ସହମତ କି?

ସେହିପରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ବିଜେଡି ଗର୍ବ ଓ ଅହଂକାରର ସମସ୍ତ ସୀମା ଅତିକ୍ରମ କରିଛି। ସେମାନେ ନିଜ ଦଳର ନେତାମାନଙ୍କୁ ଭଗବାନ ଶ୍ରୀ ଜଗନ୍ନାଥଙ୍କ ବିକଳ୍ପ ଭାବରେ ଦେଖିବା ଆରମ୍ଭ କରିଛନ୍ତି। ଓଡ଼ିଶାର ଲୋକଙ୍କୁ ଅପମାନିତ କରିବା ପାଇଁ ଏତେ ତଳକୁ ଓହ୍ଲାଇଥିବାର ଲୋକ ଦେଖି ନାହିଁ। ” ସେହିପରି ପୁରୀରେ ପ୍ରତାପ ଦେବଙ୍କ ଏହି ବିବୃତ୍ତିକୁ ବିରୋଧ କରି ତାଙ୍କ ପୋଷ୍ଟର ପୋଡାଜଳା ହୋଇଥିଲା।

ad-week
Leave A Reply

Your email address will not be published.