ଫଳରେ ମା’ ଦୁର୍ଗାଙ୍କ ବାଲୁକାକଳା

add-all

ପୁରୀ : ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଭିନ୍ନ ଢ଼ଙ୍ଗରେ ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବେଳାଭୂମିରେ ଫଳରେ ବାଲୁକାକଳା ତିଆରି ସେ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିଜର ଏହି ବାଲୁକା କଳା ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ସେ ଏହି ବାଲୁକା କଳା ଜରିଆରେ ବିଶ୍ବବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ଦେଇଛନ୍ତି। ସମାଜ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।

୭ ଫୁଟ୍‌ର ଏହି ବାଲୁକାକଳାରେ ସେ କମଳା, ସେଓ, ଅଙ୍ଗୁର, କଦଳୀ, ନଡ଼ିଆ, କାକୁଡ଼ି, ସପୁରି ଆଦି ୧୨ ପ୍ରକାର ଫଳ ବ୍ୟବହାର କରିଛନ୍ତି। ଏଥିପାଇଁ ସେ ୭ ଟନ୍‌ ବାଲି ବ୍ୟବହାର କରିଥିବା ବେଳେ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାଲୁକାକଳାକୁ ପୂର୍ଣ୍ଣ ରୂପ ଦେଇଛନ୍ତି। ବାଲୁକା କଳା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବି ଏଥିରେ ସହଯୋଗର ହାତ ବଢ଼ାଇଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ad-week
Leave A Reply

Your email address will not be published.