ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୁତ ଦେହ ଉଦ୍ଧାର

add-all

ଗଜପତି:  ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ରଘୁରାଜପୁର ସ୍ଥିତ ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୁତ ଦେହ ଉଦ୍ଧାର। ଚଳିତ ମାସ ୧ ତାରିଖରେ କିଛି ବନ୍ଧୁଙ୍କ ସହ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାତପାଟନମ୍‌ ଗ୍ରାମର ପି.ବମ୍ମସି ଗୁଦଗୁଦା ବୁଲିବାକୁ ଯାଇ ନିଖୋଜ ହୋଇଥିଲେ। ତାଙ୍କୁ ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଜଳପ୍ରପାତ ଖୋଜୁଥିଲା।

୩୬ଘଣ୍ଟାର ସର୍ଚ୍ଚ ଅପରେଶନ ପରେ ପି.ବମ୍ମଶୀଙ୍କ ମୁତଦେହ ଠାବ ହୋଇଛି। ତେବେ ସେଲ୍ଫି ଉଠାଉଥିବା ବେଳେ ପି.ବମ୍ମଶୀ ଜଳପ୍ରପାତକୁ ଖସିପଡିଥିବା ରାୟଗଡ ପୋଲିସ କହିଛି। ଏଠାରେ ସୂଚନା ଯୋଗ୍ଯଯେ ଗତମାସ ୧୩ ତାରଖରେ ଜଣେ ଯୁବକଙ୍କ ମୁତ୍ୟୁ ଘଟିଥିଲା ସେମିତି ସେଲ୍ଫି ଉଠାଉଥିବା ବେଳେ।

ad-week
Leave A Reply

Your email address will not be published.