ପୂଜା ପାଇଁ ପାପୁଲି କାଟି ଦେଲେ ସାଧୁ

add-all

ଅଯୋଧ୍ୟା: ପରମ୍ପରା ଓ ଅନ୍ଧବିଶ୍ୱାସ ଯୋଗୁ ଅଜବକାଣ୍ଡ ଘଟାଇଛନ୍ତି ଜଣେ ସାଧୁ। ସେ ମହାଅଷ୍ଟମୀରେ ନିଜ ହାତର ପାପୁଲିକୁ କାଟି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏହି ସାଧୁ ଜଣଙ୍କ ଅଯୋଧ୍ୟାରେ ଦୁର୍ଗାପୂଜା ପରମ୍ପରା କଥା କହି ନିଜ ଡାହାଣ ହାତର ପାପୁଲିକୁ କାଟି ମା’ଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।
ପୁଲିସର ସୂଚନା ଅନୁସାରେ, ସୋମବାର ମା’ ଦୁର୍ଗାଙ୍କ ମହାଅଷ୍ଟମୀରେ ସାଧୁ ଜଣଙ୍କ ଏମିତି କରିଛନ୍ତି। ପ୍ରଥମେ ସେ ସରାୟୂ ନଦୀରେ ମହାସ୍ନାନ କରିଥିଲେ। ଏହାପରେ ନୂଆ ପୋଷାକ ପରିଧାନ କରିଥିଲେ। ଶେଷରେ ସେ ନିଜ ଡାହାଣ ହାତର ରିଷ୍ଟ ପାଖରୁ ପାପୁଲିକୁ କାଟି ଦେଇଥିଲେ। ମା’ଙ୍କ ଉଦ୍ଦେଶ୍ୟରେ ସେ ଏପରି କରିଥିବା କହିଛନ୍ତି। ଏହା ମହାଅଷ୍ଟମୀର ଗୋଟିଏ ପରମ୍ପରା ବୋଲି ମଧ୍ୟ ସେ ଯୁକ୍ତି ବାଢ଼ିଛନ୍ତି।
ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ପାପୁଲି କାଟି ରକ୍ତାକ୍ତ ହୋଇପଡ଼ିଥିବା ସାଧୁଙ୍କୁ ଶ୍ରୀରାମ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏପରି ଅଜବ କାଣ୍ଡ ଘଟାଇଥିବା ସାଧୁ ଜଣଙ୍କ ହେଉଛନ୍ତି ୩୨ ବର୍ଷୀୟ ବିମଳ କୁମାର ମଣ୍ଡଳ। ତାଙ୍କ ଘର ବିହାରର ଅରରିଆ ଜିଲ୍ଲା ସୀମାରୱାନି ଗାଁରେ। ସାଧୁଙ୍କ ଏହି ତଥାକଥିତ ପରମ୍ପରା ତନ୍ତ୍ରମନ୍ତ୍ରର ଗୋଟିଏ ଅଂଶ ବିଶେଷ ବୋଲି ସ୍ଥାନୀୟ ଲୋକମାନେ ପୁଲିସକୁ କହିଛନ୍ତି।

ad-week
Leave A Reply

Your email address will not be published.