ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

add-all

ଧର୍ମଶାଳା : ବଜ୍ରପାତରେ ୨ମୃତ। ଘଟଣା ଘଟିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଭୁବନପୁର ଗ୍ରାମରେ। ମୃତକ ହେଲେ ବାବନ ମଲିକଙ୍କ ପୁଅ ଚନ୍ଦନ (୧୬) ଓ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି (୨୦)। ଆଜି ଦୁହେଁ ଗାଁ ନିକଟ ବିଲକୁ ଘାସ କାଟିବାକୁ ଯାଇଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଦୁହେଁ ରାସ୍ତା ଉପରେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.